ଚିଲିକାରେ ଭାସୁଛି ମୃତ ଡଲଫିନ୍‍

0

ପୁରୀ/କୃଷ୍ଣପ୍ରସାଦ : ମଏଁଷା ଓ ବ୍ରହ୍ମପୁର ନିକଟସ୍ଥ ଚିଲିକାରେ ଗତ ଦୁଇ ଦିନ ହେଲା ଏକ ମୃତ ଡଲଫିନ୍‍ ଭାସୁଥିବାର ଦେଖିବାକୁ ମିଳିଛି। ରବିବାର ରାତି ୧୧ରେ ବ୍ରହ୍ମପୁରର କେତେକ ମତ୍ସ୍ୟଜୀବୀ ମାଛ ମାରିବାକୁ ଚିଲିକା ଯାଉଥିବାବେଳେ ଡଲଫିନ୍‍ ଭାସୁଥିବା ଦେଖି ନୂଆପଡ଼ା ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ତେବେ ସୋମବାର ସକାଳେ ସାତପଡା ବନବିଭାଗ କର୍ମଚାରୀ ଡଲଫିନ୍‍ର ମୃତଦେହକୁ କୂଳକୁ ଆଣିଥିଲେ। ମୃତ ଡଲଫିନ୍‍ଟି ୪ ଫୁଟ ଲମ୍ବ ହେବ ବୋଲି ଅନୁମାନ କରାଯାଉଛି। ଡଲଫିନ୍‍ ମୃତ୍ୟୁର କାରଣ ଜଣାପଡି ନ ଥିବା ବନବିଭାଗ ସୂଚନା ଦେଇଛି। ଏକବର୍ଷ ଭିତରେ ଚିଲିକାରେ ୪ରୁ ଊର୍ଦ୍ଧ୍ବ ଡଲଫିନ୍‍ର ମୃତ୍ୟୁ ହୋଇଛି। ମେସିନ ଡଙ୍ଗା ଓ ବିଭିନ୍ନ ପ୍ରକାରର ଜାଲ ଯୋଗୁ ଡଲଫିନ୍‍ଗୁଡିକର ଅକାଳରେ ମୃତ୍ୟୁ ହେଉଥିବା ପରିବେଶବିତ୍‍ମାନେ ଅଭିଯୋଗ ଆଣିଛନ୍ତି।

Leave A Reply