ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ

ଭୁବନେଶ୍ବର: ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ। ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ। ଆସନ୍ତାକାଲି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି ହେବ। ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅତିରିକ୍ତ ଡିଜି। ପର୍ଯ୍ୟଟକଙ୍କୁ ଆଜିସୁଦ୍ଧା ପୁରୀ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି। ଆସନ୍ତକାଲି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ କଟକଣା ଲାଗୁ ହୋଇଛି। ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବାରୁ ଆଜି ତିନି ରଥରେ କାରିଗର ଶେଷ ସ୍ପର୍ଶ ଦେଉଛନ୍ତି।

Comments are closed.