ସେବାୟତଙ୍କୁ ମିଳିବ ପାଳିଆ ପୁରସ୍କାର

ଭୁବନେଶ୍ବର: ପୁରୀ ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି। ଏଥର ବିନା ଭକ୍ତରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଅପରପକ୍ଷରେ ଶ୍ରୀଜୀଉଙ୍କ ତିନି ରଥକୁ ସେବାୟତମାନେ ଟାଣିଥିଲେ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଆଜି ବଡ଼ ଠାକୁର ବଳଦେବଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସେବାୟତମାନେ ଶାନ୍ତିଶୃଙ୍ଖଳାର ସହିତ ଟାଣିଥିଲେ। ଘୋଷଯାତ୍ରାରେ ଶ୍ରୀଜୀଉଙ୍କ ଶୃଙ୍ଖଳିତ ରଥଟଣା ପାଇଁ ସେବାୟତଙ୍କୁ ମୁଖ୍ୟଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ସାଧୁବାଦ ଜଣାଇଛନ୍ତି। ରଥଟାଣିଥିବା ସେବାୟତଙ୍କୁ ସ୍ବତନ୍ତ୍ର ଭାବେ ପାଳିଆ ପୁରସ୍କାର ଦିଆଯିବ ଏବଂ ସେବାୟତଙ୍କୁ ୩ କିସ୍ତିରେ ୫ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରିଛନ୍ତି।

Comments are closed.