ଶୁକ୍ରବାର ପୁରୀ ବନ୍ଦ ଲାଗି ଜଗନ୍ନାଥ ସେନାର ଡ଼ାକରା

ପୁରୀ: ରଥଯାତ୍ରା ବାତିଲ କରାଯିବା ନିଷ୍ପତ୍ତି ବିରୋଧରେ ଶ୍ରୀଜଗନ୍ନାଥ ସେନା ରାଜରାସ୍ତାକୁ ଓହ୍ଲାଇଛି । ଗୁରୁବାର ଶ୍ରୀଜଗନ୍ନାଥ ସେନା ବଡ଼ଦାଣ୍ଡରେ ବିକ୍ଷୋଭ କରିବା ସହ ଶୁକ୍ରବାର ପୁରୀ ବନ୍ଦ ନିମନ୍ତେ ଡ଼ାକରା ଦେଇଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଠିକ୍ ଭାବରେ ପକ୍ଷ ରଖିବାରେ ବିଫଳ ହୋଇଛନ୍ତି । ସୁପ୍ରିମକୋର୍ଟକୁ ରଥଯାତ୍ରାର ପରମ୍ପରା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସଠିକ୍ ତଥ୍ୟ ଦିଆଯାଇନାହିଁ ବୋଲି ଶ୍ରୀ ଜଗନ୍ନାଥ ସେନା କହିଛି । ଏହାବ୍ୟତୀତ ପୁରୀ ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ସଂକ୍ରାନ୍ତ ଅଦାଲତ ନିଷ୍ପତ୍ତିକୁ ପ୍ରତିବାଦ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

Comments are closed.