ସରିଲା ବଡ଼ ଠାକୁରଙ୍କ ବାହୁଡ଼ା ଯାତ୍ରା; ସିଂହଦ୍ବାର ସମ୍ମୁଖରେ ତିନି ରଥ

ପୁରୀ : ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନି ଠାକୁର। ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ। ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ପରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ସିଂହଦ୍ବାରରେ ପହଞ୍ଚିଛି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ଚାଲିଥିଲାବେଳେ ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଆଣିଥିଲେ। ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଇଥିଲେ। ଏହାର ପ୍ରାୟ ଘଣ୍ଟାଏ ପରେ ଦେବୀ ସୁଭଦ୍ରା ଏବଂ ତା’ର ଘଣ୍ଟାକ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା ବଡ଼ ଦାଣ୍ଡରେ।

Comments are closed.