ଶ୍ରୀଜଗନ୍ନାଥଙ୍କ ବାହୁବଳୀ ସେବାୟତ ଅନିଲ୍ ଗୋଛିକାର୍

ପୁରୀ : ଚଳିତଥରର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବାବେଳେ ଜନୈକ ସେବାୟତ ଅନିଲ୍ ଗୋଛିକାର୍ ଏଥିରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କ ସେବାରେ ତାଙ୍କ ପୂରା ପରିବାର ନିୟୋଜିତ। ଏଥରକ ରଥଟଣାରେ ଅନିଲ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୁରକ୍ଷାକର୍ମୀ ଭାବେ ସ୍ଥାନୀୟ ଲୋକ ତାଙ୍କୁ ଜାଣିଥାନ୍ତି। ‘ମିଷ୍ଟର ଓଡ଼ିଶା’ ଓ ‘ମିଷ୍ଟର ଇଣ୍ଡିଆ’ ସମ୍ମାନରେ ସମ୍ମାନିତ ଅନିଲଙ୍କ ବାପା ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବାରେ ନିୟୋଜିତ ଥିଲେ। ପ୍ରଭୁଙ୍କ ସେବାରେ ଥିବାରୁ ସେ ଆନନ୍ଦିତ ଓ ଗର୍ବିତ ବୋଲି କହିଛନ୍ତି। ସମଗ୍ର ପୁରୀରେ ତାଙ୍କ ଶାରୀରିକ ଗଠନ ପାଇଁ ଅନିଲ୍‌ ‘ବାହୁବଳୀ’ ନାମରେ ପରିଚିତ। ସମ୍ପୂର୍ଣ୍ଣ ଶୁଦ୍ଧ ଶାକାହାରୀ ଭୋଜନ କରୁଥିବା ଏହି ଜଗନ୍ନାଥ ସେବକଜଣକ ମାଟି ପାତ୍ରରେ ହିଁ ଭୋଜନ କରୁଥିବାର ପ୍ରକାଶ। ଚଳିତ ବର୍ଷ ପାରମ୍ପାରିକ ବେଶରେ ରଥ ଟାଣି ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ରଥ ଟଣା ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ଭାଇରାଲ ହୋଇଛି।

Comments are closed.