ସ୍ଥିତି ଠିକ ରହିଲେ ୨୦୨୨-୨୩ରୁ ପୁରୀକୁ ଉଡିବ ବିମାନ – ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ପୁରୀ : ପୁରୀକୁ ଉଡିବ ବିମାନ। ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ସୂଚନା ଦେଇଛନ୍ତି। ସବୁକିଛି ଠିକଠାକ ରହିଲେ ଏହି ସମୟରୁ ବିମାନ ଉଡିବାର ସମ୍ଭାବନା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି। ରାଉରକେଲା, ଜୟପୁର ଆଦି କେତେକ ସ୍ଥାନରୁ ଉଡାଣ ପାଇଁ ସହଯୋଗ କରୁଛୁ। ଏହାସହ ଅବିଭକ୍ତ ଜିଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

Comments are closed.