ପୁରୀ ବାଙ୍କୀ ମୁହାଣରେ ଦୁଇଟି ଗାଡ଼ି ମୁହାଁମୁହିଁ ଧକା, ୩ ଆହତ

ପୁରୀ :  ପୁରୀ ଚକ୍ରତୀର୍ଥ ରୋଡ ବାଙ୍କୀ ମୁହାଣ ଉପରେ ଦୁଇଟି ଗାଡ଼ି ମୁହଁମୁହିଁ ଧକା ହୋଇଛି । ସେଥିରେ ୩ ଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମୁଦ୍ରକୂଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବତ କରିଛି । ଦୁର୍ଘଟଣାରେ ଗୋଟିଏ କାରର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି।
ରାତି ୧୨ଟା ରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଦୁଇ ଗାଡ଼ିର ଚାଳକ ଥିବା ପୋଲିସ ସୂଚନା ଦେଇଛି । ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନାଲି ରଙ୍ଗର କାରଟି କଟକର ବୋଲି ଜଣାପଡିଛି ।

Comments are closed.