ଅଟୋ-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

ପୁରୀ : ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ତୁଳସୀପୁର ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ଚନ୍ଦନପୁର ପୁଲିସ ଥାନା ଅଧିନସ୍ଥ ତୁଳସୀପୁର ନିକଟରେ ରାତି ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିପରୀତ ଦିଗରୁ ଆସୁଥିବା ଆଟୋରିକ୍ସା ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥନୀୟ ଲୋକ ଦୁର୍ଘଟଣାଗ୍ରସ୍ଥ ଲୋକଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ୨ ଜଣ ମୃତକ ପୁରୀ ଟାଉନ ଥାନା ଅଧିନସ୍ଥ ମକୁବନ ଗ୍ରାମର ଗଗନ ବିହାରୀ ମହାନ୍ତି ଏବଂ ସଦାନନ୍ଦ ଚମ୍ପତି ବୋଲି ଜଣାପଡିଛି।

Comments are closed.