ଲିମକା ବୁକ ଅଫ ରେକର୍ଡରେ ଦୁଇ ଛାତ୍ର

0

ସୁଆଣ୍ଡୋ: ପୁରୀ ଜିଲାର ଦୁଇ ଜଣ କଲେଜ ଛାତ୍ର ଅଲିଭ ଲିଡେଲ କଇଁଛଙ୍କ ସୁରକ୍ଷାର ବାର୍ତ୍ତା ପ୍ରଚାର କରି ଲିମିକା ବୁକ ରେର୍କଡରେ ସ୍ଥାନ ଗ୍ରହଣ କରିଛନ୍ତି । ଅସ୍ତରଙ୍ଗର ସୌମ୍ୟରଞ୍ଜନ ବରାଳ  ଓ ସତ୍ୟବାଦୀ ବ୍ଲକ ସଂଲଗ୍ନ ବଁପାଳ ଗ୍ରାମର ଦିଲ୍ଲୀପ କୁମାର ବରାଳ ଦୁଇଜଣ କଲେଜ ଛାତ୍ର ମାର୍ଚ୍ଚ ସାତ ତାରିଖ କୋଣାର୍କ ଠାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଜିଲା ବନ୍ୟପ୍ରାଣୀ ଅଧିକାରୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ପୁରୀ, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଜଗତସିଂପୁର ଓ କଟକ ଦେଇ କେନ୍ଦ୍ରାପଡାରେ ଚଉଦ ମାର୍ଚ୍ଚ ତାରିଖରେ ପାଞ୍ଚଶହ କିମି ସାଇକେଲରେ ଯାତ୍ରା କରିଥିଲେ । ଏଠାରେ ଏପିଡବ୍ଲ୍ୟୁଏ ର କର୍ମକର୍ତ୍ତାମାନେ ଏମାନଙ୍କୁ ସ୍ୱାଗତ ସମ୍ବର୍ଧନା କରିଥିଲେ । ବିରଳ ପ୍ରଜାତିର ଅଲିଭ ଲିଡେଲ କଇଁଛ ମାନଙ୍କର ସୁରକ୍ଷା ଲକ୍ଷ୍ୟ ନେଇ ଏହି ସାଇକେଲ ଯାତ୍ରା କରିଥିଲୁ ବୋଲି ଛାତ୍ର ଦୁଇ ଜଣ କହିଛନ୍ତି । ଭୁବନେଶ୍ବରରେ ପୁଲିସ ଡିଜିପି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଛାତ୍ରଙ୍କୁ ସ୍ବାଗତ କରିଥିଲେ । ଲିମିକା ବୁକ ଅଫ ରେକର୍ଡରେ ଏ ଦୁଇ ଛାତ୍ରଙ୍କ ନାମ ସ୍ଥାନ ପାଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆର୍ୟ୍ୟ ପ୍ରିୟଦର୍ଶିନୀଙ୍କ ଠାରୁ ସୂଚନା ମିଳିଛି । ଏଥିପାଇଁ ଅସ୍ତରଙ୍ଗ ଓ ସତ୍ୟବାଦୀରେ ଆନନ୍ଦ ଖେଳିଯାଇଛି ।

Leave A Reply