ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ

0

ପୁରୀ: ଦିନ କେଇଟା ପରେ କର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବା ବେଳେ ଶନିବାର ଶ୍ରୀମନ୍ଦିରରେ କର୍ତ୍ତିକ ନୀତି ଅନୁଷ୍ଠିତ ହୋଇଛି । ସକାଳଧୂପ ସମୟରେ ଶ୍ରୀଜିଉଙ୍କ ନିକଟରେ ବାଳଭୋଗ ନୀତି ସମ୍ପନ୍ନ ହୋଇଛି । ଆଜିଠାରୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଛି । ସେହିପରି କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକରେ ମହାପ୍ରଭୁ ଭିନ୍ନ ଭିନ୍ନ ରୂପେ ଦର୍ଶନ ଦେବେ ।

Leave A Reply