ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ ପୁଲିସ କର୍ମଚାରୀ ନିଲମ୍ବିତ

0

ପୁରୀ: ପୁରୀ ବନ୍ଦ ପାଳନ ବେଳେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୪ କନଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି । ଏହା ସହ ହିଂସାକାଣ୍ଡରେ ସଂପୃକ୍ତ ଥିବା ୮ ଜଣ ଉଠା ଦୋକନୀଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଅନ୍ୟ ୧୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେହିପରି ସିସିଟିଭି ଯାଞ୍ଚ କରି ହିଂସାକାଣ୍ଡରେ ସପୃକ୍ତ ଥିବା ୪୬ ଜଣଙ୍କୁ ପୁଲିସ ଚିହ୍ନଟ କରିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର ସମ୍ମୁଖରେ ହିଂସାକାଣ୍ଡ ଘଟାଇବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ କୁମୁଟିମୁହା ସ୍ଥିତ ବାସଭବନ ଆଗରେ ଆନ୍ଦେଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ବାସଭବନ ମଧ୍ୟକୁ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply