ପୁରୀ ବନ୍ଦ ବେଳେ ହିଂସାକାଣ୍ଡ: ଗିରଫ ସଂଖ୍ୟା ୨୩କୁ ବୃଦ୍ଧି

0

ପୁରୀ: ଶ୍ରୀମନ୍ଦିର ଧାଡି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡରେ ଶନିବାର ପୁଲିସ ଆଉ ୧୨ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କିଛି ଗୁମାସ୍ତା ଥିବା ଜଣାପଡିଛି । ଗତକାଲି ଟାଉନ ଥାନା ପୁଲିସ ୧୧ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଗିରଫ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଗତ ବୁଧବାର ଦିନ ପୁରୀରେ ବନ୍ଦ ପାଳନ ଡାକରା ଦିଆଯାଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ହଂସାକାଣ୍ଡ ଘଟାଇଥିଲେ। ଶ୍ରୀମନ୍ଦିର ନିକଟ ଏବଂ ସହରର ଅନେକ ସ୍ଥାନରେ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଜଳାପୋଡ଼ା କରିଥିଲେ।

Leave A Reply