ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ପ୍ରଥମ ଦିନରେ ବିଭ୍ରାଟ

0

ପୁରୀ : ଶ୍ରୀମନ୍ଦିରରେ ଆଜି ଠାରୁ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖାଦେଇଛି। ଆଜି ଶ୍ରୀମନ୍ଦିରର ଦ୍ୱାର ଖୋଲା ହେବା ପରେ ଭକ୍ତମାନେ ଧାଡ଼ି ନ ମାନି ପୂର୍ବରୁ ଯେପରି ଦର୍ଶନ କରୁଥିଲେ, ସେହିପରି ମନ୍ଦିରରେ ପ୍ରବେଶ କରିଥିଲେ। ମହିଳାମାନେ ମଧ୍ୟ ଧାଡ଼ି ମାନି ନଥିଲେ।

ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ମତ ଦେଇଛନ୍ତି ଯେ, ଭିଡ଼ ଥିବା ବେଳେ ଧାଡ଼ି କରାଯିବା ଉଚିତ। ଭିଡ଼ ନଥିବା ବେଳେ ଏହି ବ୍ୟବସ୍ଥାର ଆବଶ୍ୟକତା ନାହିଁ।
ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ଯୋଗୁ ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Leave A Reply