ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅନୁଧ୍ୟାନ

0

ସୁଆଣ୍ଡୋ/ସାକ୍ଷିଗୋପାଳ : ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ଏବେ ସରକାରୀସ୍ତରରେ ଜୋର୍‍ ଧରିଛି। ପ୍ରଥମେ ଜିଲାପାଳ ତାଙ୍କ ଟିମ ସହ ଜମିର ନକ୍ସା ଓ ସର୍‍ଜମିନ୍‍ ତଦନ୍ତ କରିଯିବା ପରେ ଗୁରୁବାର ଉନ୍ନୟନ କମିଶନର ଆର୍‍ ବାଲ୍‍କ୍ରିଷ୍ଣନ ଜମି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡିଛି। ସାକ୍ଷିଗୋପୀନାଥ ଦେବଙ୍କ ଅଧୀନରେ ଥିବା ବ୍ରହ୍ମଚାରୀ ବଗିଚା ସହ ବକୁଳବନ ଓ ସମାଧିପୀଠ ସଂଲଗ୍ନ ପ୍ରାୟ ୨୮ ଏକର ଜମିର ନକ୍ସା କମିଶନରଙ୍କୁ ଦେଖାଯାଇଥିଲା। କମିଶନର ସମସ୍ତ ଦିଗ ପ୍ରତି ନଜର କରିବା ସହ ବକୁଳବନ ପରିଦର୍ଶନ କରିଥିଲେ। ସେଠାରୁ ଫେରି ସାକ୍ଷିଗୋପୀନାଥ ଦେବଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ନିର୍ମାଣ ସଚିବ ନଳିନୀ ପ୍ରଧାନ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଆରଡିସି ମହେନ୍ଦ୍ର କୁମାର ମଲିକ, ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, ଆଇନ ସଚିବ ଶଶିକାନ୍ତ ମିଶ୍ର, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ, ଉପଜିଲାପାଳ ଭବତାରଣ ସାହୁ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ସତ୍ୟ ରଞ୍ଜନ ସେଠୀ, ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର, ସୁପରଭାଇଜର ନାରାୟଣ ମିଶ୍ର ଓ ମନ୍ଦିର ଅମିନ ସୁବାସ ଗଜେନ୍ଦ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଖୁବ୍‍ ଶୀଘ୍ର ରାଜ୍ୟ ସରକାରଙ୍କୁ ଏହି ଜମିର ରିପୋର୍ଟ ଦିଆଯିବ ବୋଲି ଉନ୍ନୟନ କମିଶନର କହିଥିଲେ। କମିଟି ବକୁଳବନ ପରିଦର୍ଶନ କରି ଅବହେଳିତ ଅବସ୍ଥାରେ ରହିଥିବା ବନ ବିଦ୍ୟାଳୟର ସ୍ମାରକୀଗୁଡ଼ିକ ଦେଖି ଉଦ୍‍ବେଗ ପ୍ରକାଶ କରିଥିଲେ।

Leave A Reply