ଜଗମୋହନ ଛାତରୁ ଗଳୁଛି ପାଣି

0

ପୁରୀ : ଶ୍ରୀମନ୍ଦିର ଜଗମୋହନ ଛାତରୁ ପାଣି ଗଳି ଅଣସରପିଣ୍ଡିରେ ପଡୁଛି। ଗର୍ଭଗୃହ ଓ ଜଗମୋହନ ଛାତ ସଂଯୋଗ ସ୍ଥାନରେ ଫାଟ ସୃଷ୍ଟିହୋଇଛି। କ୍ରମଶଃ ତାହା ମେଲିବାରେ ଲାଗିଛି। ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚରେ ଜଗମୋହନ ମରାମତି ହୋଇଥିଲା । ଏହାସତ୍ତ୍ୱେ ପାଣି ଗଳିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଜଗମୋହନ ଏବଂ ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ । ରିପୋର୍ଟରେ ଛାତ ଫାଟକଥା ଉଲ୍ଲେଖ କରାଯାଇ ନାହିଁ।
ପାଣି ଗଳିବା ଯୋଗୁଁ ଜଗମୋହନ ପ୍ରତି ବିପଦ ରହିଛି । ଯଥାଶୀଘ୍ର ଛାତ ମରାମତି କରାଯିବାକୁ ଶ୍ରୀଜଗନ୍ନାଥପ୍ରେମୀ ଦାବି କରିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ଅଧିକ୍ଷଣଯନ୍ତ୍ରୀ ଇଂ ବିନେ୍ଧଶ୍ୱର ପାତ୍ର କହିଛନ୍ତି ଯେ ଜଗମୋହନରେ ଲୁହାବିମ୍‌ ଦେବାପାଇଁ ଟଙ୍କା ଖର୍ଚ୍ଚ ହୋଇଥିଲା । ଏ ପର୍ଯ୍ୟନ୍ତ ଛାତ ମରାମତି କରାଯାଇ ନାହିଁ। ଗର୍ଭଗୃହ ଏବଂ ଜଗମୋହନ ପୃଥକ ଭାବେ ନିର୍ମିତ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଜଗମୋହନ ଛାତ ମରାମତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏଏସ୍‌ଆଇକୁ ଚିଠି ଲେଖାଯାଇଛି ।

Leave A Reply