୩୦ ଗୋରୁ ଉଦ୍ଧାର

0

ସୁଆଣ୍ଡୋ : ପୁରୀ – ଭୁବନେଶ୍ବର – କଟକ ଜାତୀୟ ରାଜପଥ ଉପରେ ବୁଧବାର ବିଳମ୍ବିତ ରାତିରେ ବାଲିଅନ୍ତା ପୁଲିସ ପକ୍ଷରୁ ଗାଡି ତନଖି କରାଯାଉଥିବା ବେଳେ ଏକ ଦଶ ଚକିଆ ଟ୍ରକକୁ ସନ୍ଦେହ କରି ପୁଲିସ ଅଟକାଇ ଥିଲା । ଟ୍ରକକୁ ଜାଞ୍ଚ କରିବାପରେ ସେଥିରେ ୩୦ଟି ବଳଦ ବାହାର ରାଜ୍ୟକୁ ପଠା ଯାଉଥିବା ଜଣାପଡିଥିଲା । ଘଟଣାସ୍ଥଳରୁ ଚତୁରତାର ସହ ଡ୍ରାଇଭର ଫେରାର ହୋଇ ଯାଇଥିଲା। ସେହି ଗାଡିରୁ ତିନିଜଣଙ୍କୁ ପୁଲିସ୍ ଗିରଫ କରିଛି। ଆଜି ସକାଳେ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ବାଲୁଙ୍କେଶ୍ୱର ଟ୍ରଷ୍ଟ ଗୋଶାଳା କର୍ମକର୍ତ୍ତା ମହେଶ୍ଵର ପ୍ରଧାନଙ୍କୁ ପୁଲିସ୍ ପକ୍ଷରୁ ଜିମା ଦିଆଯାଇଛି। ସ୍ଥାନୀୟ ଯୁବକଙ୍କ ସହଯୋଗରେ ଗୋରୁ ମାନଙ୍କୁ ଟ୍ରକରୁ ଉଦ୍ଧାର କରା ଯାଇଥିଲା । ୪ଟି ଗୋରୁ ଆହତ ହୋଇଛନ୍ତି । ସ୍ଥାନୀୟ ପଶୁସମ୍ପଦ ନିରୀକ୍ଷକ ସେମାନଙ୍କର ଚିକିତ୍ସା କରିଛନ୍ତି ।

Leave A Reply