ପୁରୀରେ ଜମିଥିବା ଜଳ ନିଷ୍କାସନ ତଦାରଖ କରୁଛନ୍ତି ଜିଲାପାଳ

0

ପୁରୀ : ଲଗାଣ ବର୍ଷା ହେବା କାରଣରୁ ପୁରୀ ବଡଦାଣ୍ଡରେ ନାଳପାଣି ଦ୍ୱାରା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀର ବିଭିିନ୍ନ ସ୍ଥାନରେ ଶକ୍ତିଶାଳି ପମ୍ପ ଦ୍ୱାରା ଜମିଥିବା ବର୍ଷାପାଣିକୁ ନିଷ୍କାସନ କରାଯାଉଛି। ମେଡିକାଲ ଛକରେ ପାଞ୍ଚଟି ଏବଂ ଅନ୍ୟାନ୍ୟ ସ୍ଥାନରେ ମୋଟ ୨୩ଟି ପମ୍ପ ଜଳ ନିଷ୍କାସନ ପାଇଁ ବ୍ୟବାହାର କରାଯାଉଛି। ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଅତିରିକ୍ତ ଜିଲାପାଳ ବିଭୁତି ଭୂଷଣ ଦାଶ ବଡଦାଣ୍ଡରୁ ବର୍ଷା ଜଳ ନିଷ୍କାସନର ତଦାରଖ କରିଛନ୍ତି। ଜିଲାପାଳ ଅଗ୍ରୱାଲ ଏବଂ ଅତିରିକ୍ତ ଜିଲାପାଳ ବର୍ଷାଜଳରୁ ପଲିଥିନ ଏବଂ ଅଳିଆ ବାହାର କରିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଆସନ୍ତକାଲି ବାହୁଡାଯାତ୍ରା ଥିବାରୁ ଜମିଥିବା ବର୍ଷାଜଳକୁ ନିଷ୍କାସନ ପାଇଁ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି।

Leave A Reply