ଶ୍ରୀମନ୍ଦିର ସିଂହଦ୍ଵାର ଜୋତା ଷ୍ଟାଣ୍ଡ ନିକଟରେ ଧାରଣା ଦେଲେ ବାବା ବୈଷ୍ଣବପୁରୀ

ପୁରୀ : ପୁରୀ ବହୁ ଚର୍ଚ୍ଚିତ ଲଙ୍ଗୁଳି ମଠର ବାବା ବୈଷ୍ଣବପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ଜୋତା ଷ୍ଟାଣ୍ଡ ନିକଟରେ ଧାରଣା ଦେଇଛନ୍ତି। ସେ ମୌନବ୍ରତ ଧାରଣ କରିଛନ୍ତି। ତାଙ୍କ ଶରୀରରେ ମାଡ଼ ଦାଗ ରହିଛି। ସନ୍ନ୍ୟାସ ଦୀକ୍ଷା ପୂର୍ବରୁ ତାଙ୍କ ଅପରାଧ ରେକର୍ଡ ସଂପର୍କରେ ରବିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପୁଲିସ କିମ୍ୱା ଅନ୍ୟ କେହି ତାଙ୍କୁ ମାଡ ମାରିଥିବା ସନ୍ଦେହ କରାଯାଇଛି। ତାଙ୍କ ଘର ବ୍ରହ୍ମପୁର ସହରରେ। ନାମ ପରିବର୍ତ୍ତନ କରି ସେ ବାବା ବୈଷ୍ଣବପୁରୀ ହୋଇଛନ୍ତି। ଗତ ୨୩ ତାରିଖ ଦିନ ପୁଲିସ ସୁରକ୍ଷା ବଳୟ ଭେଦକରି ସେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ।

Comments are closed.