୯ ଜୁଆଡ଼ି ଗିରଫ, ୩୧ହଜାର ଟଙ୍କା ଜବତ

ପୁରୀ : କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପୁରୀ ମାର୍କେଟ୍‌ ଛକ ଅଞ୍ଚଳରେ ଜୁଆ ଖେଳୁଥିବା ଅଭିଯୋଗରେ ପୁଲିସ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ପକ୍ଷରୁ ୩୧ ହଜାର ଟଙ୍କା ଜବତ କରିଛି। ସେମାନଙ୍କ ନିକଟରୁ ୨ଟି କାଲ୍‌କୁଲେଟର, ନୋଟ୍‌ ବୁକ୍ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି। ଏଥିନେଇ କୁମ୍ଭାରପଡ଼ା ଥାନା କେସ୍‌ ନଂ ୧୩୬/୨୦ ୟୁ/ଏସ୍‌ ୪୨୦/୩୪ ଆଇପିସି/୩ ଓପିଜି ଆକ୍ଟ/୪ଓ୫ପିଜିଏମ୍‌ସି ବ୍ୟାନିଂ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ୯ଜଣ ଜୁଆଡ଼ିଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.