ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : କରୋନା ପାଇଁ ଏଥର ବିନା ଭକ୍ତରେ ହେଉଛି ସ୍ନାନପୂର୍ଣ୍ଣିମା ନୀତି। ଯାହା ଶ୍ରୀ ମନ୍ଦିର ଇତିହାସରେ ନୂଆ। ସୀମିତ ସେବାୟତଙ୍କ ଉପସ୍ଥିତିରେ ପ୍ରଥମେ ମଙ୍ଗଳାର୍ପଣ ଶେଷ ହୋଇଥିଲା। ମଙ୍ଗଳାର୍ପଣ ପରେ ଶ୍ରୀଜିଓଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଏବେ ରତ୍ନସିଂହାସନରୁ ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମ ଧାଡି ପହଣ୍ଡିରେ ଶ୍ରୀ ସୁଦର୍ଶନ, ସୁଦର୍ଶନଙ୍କ ପରେ ଧାଡି ପହଣ୍ଡିରେ ବଡ ଠାକୁୂର ବଳଭଦ୍ର, ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପହଣ୍ଡିରେ ଆସି ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି।

Comments are closed.