ରଥ ଖଳାରେ ବିଜେ ହେଲା ଆଜ୍ଞାମାଳ, ସମ୍ପନ୍ନ ହେଲା ୩ ରଥରେ ଚକଡେରା ନୀତି

ପୁରୀ :  ଆଜି ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯାଇଛି । ଏହାପରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ । ଏହାପରେ ୩ ରଖର ଡେରାଯାଇଥିବା ଚକରେ ଆଜ୍ଞାମାଳ ବିଜେ କରାଯାଇଥିଲା । ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଦର୍ପଦଳନ ରଥରେ ବିଜେ ହୋଇଛି ଆଜ୍ଞାମାଳ । ତିନି ରଥର ନାହାକା ଚକ ଅଖ ସଂଯୋଗ ବିଧି ମଧ୍ୟ କରାଯାଇଛି । ଆଜ୍ଞାମାଳ ବିଜେ ପରେ ୩ରଥ ଅଖରେ ୬ଟି ଚକ ଲାଗିଛି ।

Comments are closed.