ନିଲମ୍ବିତ ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ସମାଜ ପୋର୍ଟାଲ ଡେସ୍କ : ଲକ୍ ଡାଉନ ଆଇନ ଅବମାନନା କରି ପୁରୀ ଗସ୍ତ ଥାନା ଅଧୀକାରୀଙ୍କ ପାଇଁ ମହଙ୍ଗା ପଡିଛି । ଲକ୍ ଡାଉନ ସମୟରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବା ସମୟରେ ପରିବାର ସହ ଜଗନ୍ନାଥ ଦର୍ଶନ କରିଥିବା ଯାଜପୁର ବଡଚଣାର ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ଗତକାଲି ନିଲମ୍ବିତ କରାଯିବା ପରେ ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ , ଲକଡାଉନର ସବୁ କଟକଣାକୁ ବେଖାତିର କରି ଜବତ ଏକ ସ୍କର୍ପିଓ ଗାଡ଼ିରେ ହଳଦିଆ ବତି ଲଗାଇ ପୁରୀ ଯାଇ ପରିବାର ସହ ଜଗନ୍ନାଥ ଦର୍ଶନ କରିଥିଲେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା । ତାଙ୍କର ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ଗତକାଲି କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ନିଲମ୍ବନ ପରେ ଶ୍ରୀ ଜେନାଙ୍କୁ ପୁଲିସ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି। ଶ୍ରୀ ଜେନାଙ୍କ ସ୍ଥାନରେ ପ୍ରିୟବ୍ରତ ରାଉତଙ୍କୁ ବଡ଼ଚଣା ଥାନାର ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା । ଏସବୁ ପରେ ଥାନା ଅଧିକାରୀ ଜବଦ ହୋଇଥିବା ଗାଡିରେ କିପରି ପୁରୀ ଗଲେ ତାହା ଆଲୋଡନ ସୃଷ୍ଟି କରିଥିଲା । ଆଜି ସେ ନେଇ ବଡଚଣା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

Comments are closed.