ହୋଟଲରେ ବିଦେଶୀ ପର୍ଯ୍ୟଟକଙ୍କୁ ରଖୁଥିବା ଅଭିଯୋଗ : ସିଲ ହେଲା ହୋଟେଲ

ପୁରୀ: କରୋନା ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଲକ ଡାଉନ ଘୋଷଣା କରାଯାଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ପୁରୀ ଜିଲାରେ ହୋଟେଲ ଦେବବୁମୀ ଏହି କଟକଣା ମାନୁନଥିବା ସ୍ଥାନୀଲୋକେ ଅଭିଯୋଗ କରିଛନ୍ତି। ଏହି ହୋଟେଲରେ ବେଦେଶୀ ପର୍ଯ୍ୟଟକଙ୍କୁ ରହିବା ପାଇଁ ଅନୁମତି ଦିଆଯାଉଥିଲା । ଖବର ପାଇ ଜିଲା ପ୍ରଶସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁଲିସ ହୋଟେଲ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ହୋଟେଲକୁ ସିଲ୍ କରିଛି ।