ପୁରୀ-ହାୱଡ଼ା ଏକ୍ସପ୍ରେସ୍‌ରେ ଖାଦ୍ୟ ଖାଇ ଯାତ୍ରୀ ଅସୁସ୍ଥ

0

କୋଲକାତା: ୧୨୨୭୮ ପୁରୀ-ହାୱଡା ଏକ୍ସପ୍ରେସ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଖାଦ୍ୟ ଖାଇ ୩୩ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଯାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଟ୍ରେନଟି ଖଡ଼ଗପୁରରେ ପହଞ୍ଚିବା ପରେ ଅସୁସ୍ଥ ଯାତ୍ରୀ ମାନଙ୍କୁ ଚିକିତ୍ସା କରାଯାଇଥିଲା । ଏଥିପାଇଁ ଟ୍ରେନ୍‌ଟି ଏକ ଘଣ୍ଟା ପାଇଁ ଅଟକି ରହିଥିଲା । ପରେ ଅନ୍ୟ ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଇଆରସିଟିସି ପକ୍ଷରୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ ପଠାଯାଇଛି ।

Leave A Reply