ପୁଣି ଲଜ୍ଜା : ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀର ପୁଲିସ କ୍ବାର୍ଟରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,  ଯୁବତୀ ଜଣଙ୍କ ଘରକୁ ଫେରିବା ପାଇଁ ନିମାପଡ଼ା ବସଷ୍ଟାଣ୍ଡରେ ଛିଡା ହୋଇଥିଲେ । ଏହି ସମୟରେ ୪ଜଣ ଦୁର୍ବୃତ୍ତ ପୁଲିସ ପରିଚୟ ଦେଇ କାକଟପୁରରୁ ଘରକୁ ଛାଡି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ କାରରେ ନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସମୟରେ ଯୁବତୀ ଜଣଙ୍କ ଜଣେ ଦୁର୍ବୃତ୍ତଙ୍କ ପର୍ସକୁ ଅକ୍ତିଆର କରିଥିଲେ । ପର୍ସଟି ଜଣେ ପୁଲିସ କନେଷ୍ଟବଳଙ୍କ ହୋଇଥିବା ଜଣାପଡ଼ିଛି। ପର୍ସରୁ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ପରିଚୟ ପତ୍ର ମିଳିଛି। କୁମ୍ଭାରପଡା ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି

Comments are closed.