ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସୁଆଣ୍ଡୋ: ପୁରୀ ଜିଲା ଚାରିଶ୍ରୀ ଗ୍ରାମରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଉତ୍କଳଗୌରବ ମଧୁସୂଦନ ମହାତ୍ମାଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଉତ୍କଳ ସ୍ୱାଭିମାନ ମଞ୍ ର ସଭାପତି ରାଧାକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରସନ୍ନ କୁମାର ହୋତା ଯୋଗଦେଇ ମହାପୁରୁଷ ମାନଙ୍କ ଜୀବନାଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ବିଜୟ ଦାସ କୈଳାସ ଚନ୍ଦ୍ର ମିଶ୍ର ଲେଖକ ସତ୍ୟନାରାୟଣ ମିଶ୍ର ସୁରେନ୍ଦ୍ର ନାଥ ମିଶ୍ର, ରବିନାରାୟଣ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ଜେନା ଙ୍କ ସହିତ ପ୍ରାକ୍ତନ ପ୍ରଧାନଶିକ୍ଷକ ଯୋଗଦେଇଥିଲେ । ଦୁଇଟି ପ୍ରତିମୂର୍ତ୍ତି ଦୁଇଜଣ ଶିକ୍ଷକ ଦେଇଥିବା ବେଳେ ଅନ୍ୟ ଦୁଇଟି ପ୍ରତିମୂର୍ତ୍ତି ଉତ୍କଳ ସ୍ଵାଭିମାନ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିଲା ।

Comments are closed.