ରାଜପୁରାରେ ବିସ୍ଫୋରଣ ; ୩ ଶିଶୁ ଗୁରୁତର

ରାଜପୁରା : ପଞ୍ଜାବର ରାଜପୁରାରେ ଏକ ଅଭାବନୀୟ ଘଟଣା ଘଟିଥିବା ଆଜି ଖବର ମିଳିଛି। ରାଜପୁରା ସନ୍ଥନଗରରେ ପୂର୍ବାହ୍ନ ୧୦ଟାରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶିଶୁ ଆହତ ହୋଇଛନ୍ତି। ସଭିଁଙ୍କ ବୟସ ୬ ରୁ ୧୨ ବର୍ଷ ହେବ। ଉକ୍ତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏଯାଏଁ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଜୋରରେ ହୋଇଥିବାରୁ କକ୍ଷକୁ ଲାଗିଥିବା ସମସ୍ତ ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାଣ କାରଣରୁ ବିସ୍ଫୋରଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.