କର୍ମଚାରୀଙ୍କ ଅବସର ବୟସ ସୀମା ୫୮ ବର୍ଷକୁ ହ୍ରାସ କଲେ ପଞ୍ଜାବ ସରକାର

ଅମୃତସର: ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ହ୍ରାସ କରିଛନ୍ତି ପଞ୍ଜାବ ସରକାର। ସରକାର ଅବସର ବୟସ ୬୦ ବର୍ଷରୁ ୫୮ ବର୍ଷକୁ କମାଇ ଦେଇଛନ୍ତି। ଶୁକ୍ରବାର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ୨୦୨୦-୨୧ ବର୍ଷର ବଜେଟ ଉପସ୍ଥାପନ କରିବା ସମୟରେ ଏହି ସୂଚନା ଦେଇଛନ୍ତି।

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ, କର୍ମଚାରୀମାନଙ୍କୁ ୬% ଡିଏ(ମହଙ୍ଗା ଭତ୍ତା) ଆସନ୍ତା ମାର୍ଚ୍ଚରୁ ପ୍ରଦାନ କରାଯିବ। ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିଥିବାରୁ କର୍ମଚାରୀଙ୍କ ଲାଗି ବେତନ କମିଶନ ଲାଗୁ କରାଯିବ। ସେହିପରି ପ୍ରାଥମିକ ସ୍କୁଲଗୁଡ଼ିକରେ ସରକାର ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ପରିବହନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ଭୂମିହୀନ କୃଷକମାନଙ୍କ ଲାଗି ଋଣ ଛାଡ଼ ସକାଶେ ସରକାର ୫୨୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

Comments are closed.