କେରଳକୁ ଅନୁସରଣ କଲା ପଞ୍ଜାବ

ଚଣ୍ଡୀଗଡ଼: ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ କେରଳକୁ ଅନୁସରଣ କରିଛି ପଞ୍ଜାବ। କେରଳ ସରକାରଙ୍କ ଭଳି ପଞ୍ଜାବ ସରକାର ସିଏଏ ବିରୋଧରେ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡକାଇ ପ୍ରସ୍ତାବ ଆଗତ କରିଛନ୍ତି। ପଞ୍ଜାବ ସରକାର ଘୋଷଣା କରିଥିଲା ଯେ, ସିଏଏ, ଏନଆରସି ଏବଂ ଏନପିଆର ପ୍ରସଙ୍ଗ ସଦନର ଇଚ୍ଛା ଅନୁସାରେ ଆଗକୁ ବଢ଼ିବ। କାରଣ ଏଥିଯୋଗୁ ଦେଶର ଧର୍ମ ନିରପେକ୍ଷତା ବିପଦରେ ପଡ଼ିବା ଆଶଙ୍କା ଉପୁଜିଛି।

ସୂଚନାଯୋଗ୍ୟ, ପଞ୍ଜାବ ପୂର୍ବରୁ କେରଳ ବିଧାନସଭାରେ ସିଏଏ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଥିଲେ, ଧର୍ମ ନିରପେକ୍ଷତା ଦୃଷ୍ଟିରୁ ସିଏଏ ରାଷ୍ଟ୍ର ବିରୋଧୀ। ଏହା ଜରିଆରେ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଗଲେ ଭେଦଭାବ ସୃଷ୍ଟି ହେବ। ଏହି ଆଇନ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି ବିଜୟନ କହିଥିଲେ।

Comments are closed.