ବିଶ୍ୱ କୁସ୍ତି ; ଫାଇନାଲରେ ବଜରଙ୍ଗ ପୁନିଆ

0

ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟ ଠାରେ ଚାଲିଥିବା ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୬୫କିଲୋଗ୍ରାମ ବର୍ଗରେ ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ରବିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ପୁନିଆ କ୍ୱିବାର ଆଲିଜାଣ୍ଡ୍ରା ଭାଲଡେସକୁ ୪-୩ ପଏଣ୍ଟରେ ପରାସ୍ତ କରିଛନ୍ତି। ଏହି ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ପୂର୍ବରୁ ଭାରତ ପକ୍ଷରୁ କେବଳ ସୁଶୀଲ କୁମାର ସ୍ୱର୍ଣ୍ଣପଦକ ଜିତିଛନ୍ତି। ୨୦୧୩ ମସିହାରେ ଏହି ପ୍ରତିଯୋଗିତାରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚଳିତବର୍ଷ ପୁନିଆକୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ମଲ୍ଲଯୋଦ୍ଧା ରବିବାର ସଫଳ ପ୍ରଦର୍ଶନ କରିନାହାନ୍ତି। ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ୨୪ବର୍ଷ ବୟସ୍କ ପୁନିଆ ଯଦି ବିଶ୍ୱ ଟାଇଟଲ ଜିତନ୍ତି ତେବେ ଗୋଟିଏ ସିଜିନରେ ୩ଟି ବଡ଼ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହେବେ।

Leave A Reply