ନିଚ୍ଛକ ପ୍ରେମ କାହାଣୀକୁ ନେଇ ନୂଆ ମ୍ୟୁଜିକ ଭିଡିଓ ‘ପୁଣି କେବେ ଦେଖା ହେବ’

କଲେଜ ବେଳର ପ୍ରେମ ଶେଷ ହୋଇଆସୁଥିଲା ପଢା, ହେଲେ କେହି କାହାକୁ କହି ପାରିଲେନି ମନର କଥା। ଏଭଳି ଏକ ନିଚ୍ଛକ ଯନ୍ତ୍ରଣାଭରା ପ୍ରେମ କାହାଣୀକୁ ନେଇ ଆସୁଛି ନୂଆ ମ୍ୟୁଜିକ ଭିଡିଓପୁଣି କେବେ ଦେଖା ହେବ’।  ଭିଟ୍ୟୁନ୍ ପ୍ରୋ ଆସୋସିଏଟ୍ ଏବଂ ରାଜଶ୍ରୀ ଫିଲ୍ମ ପ୍ରଯୋଜନାରେ ନିର୍ମିତ ଏହି ମ୍ୟୁଜିକ ଭିଡିଓ ଆସନ୍ତା ଅକ୍ଟୋବର ୧୮ରେ ଭିଟ୍ୟୁନ୍ ପ୍ରୋ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହେବାକୁ ଯାଉଛି। ଏହାର ନର୍ଦେଶନା ଭାର ମଣ୍ଟି ଅନନ୍ତ ଉଠାଇ ଥିବା ବେଳେ ସତ୍ୟଜିତ୍ ପ୍ରଧାନ ଓ ଅସିମା ପଣ୍ଡା ଏଥିରେ କଣ୍ଠଦାନ କରିଛନ୍ତି। ସେହିପରି ଅସଦ୍ ନିଜାମ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ତପୁ ନାୟକ ଏହାକୁ ଲେଖିଛନ୍ତି। 

ଯୁବ ପ୍ରତିଭାବାନ ଅଭିନେତା ପ୍ରଭେଜ କୁମାର ପ୍ରାଚୀ ମହାନ୍ତି ଏଥିରେ ଅଭିନୟ କରିଛନ୍ତ ପୂର୍ବରୁ ପ୍ରଭେଜ୍ ‘ସ୍କିଲି୍ଡ ଇନ ଓଡିଶା’ ଏବଂ ‘ମେରା ଚାନ୍ଦ’ ମ୍ୟୁଜିକ ଭିଡିଓରେ ନିଜ ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି। ‘ସ୍କିଲ୍‌ଡ ଇନ ଓଡିଶା’ରେ ତାଙ୍କ ବିପକ୍ଷରେ ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା।

Comments are closed.