ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପୁଣେ ପୁଲିସର ଭିନ୍ନ ପ୍ରୟାସ

ପୁଣେ : କରୋନା ଭୂତାଣୁ ସାରା ଦୁନିଆରେ ନିଜର କାୟା ବିସ୍ତାର କରି ସାରିଛି। ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ନିୟମ ମଧ୍ୟ ଲାଗୁ ହୋଇଛି। ଯେପରି ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା। କିଛି ଲୋକେ ଏହି ନିୟମକୁ ଅଣଦେଖା ମଧ୍ୟ କରୁଛନ୍ତି। ଏଭଳି କ୍ଷେତ୍ରରେ ଲୋକଙ୍କୁ ମାସ୍କ ପିନ୍ଧିବାର ସନ୍ଦେଶ ଦେବାକୁ , ଲୋକଙ୍କୁ ଜାଗ୍ରତ କରିବା ପାଇଁ ପୁଣେ/ନାଗପୁର ପୁଲିସ ସୋସିଆଲ ମିଡ଼ିଆରେ ଏକ ଭିନ୍ନ ମାଧ୍ୟମ ଆପଣାଇଛନ୍ତି।
ସୋସିଆଲ ମିଡ଼ିଆରେ ଏକ ଡ଼ାଏରୀର ଖାଲି ପୃଷ୍ଠାକୁ ସେୟାର କରି ଲେଖିଛନ୍ତି, କେବଳ ମାସ୍କ ହିଁ କରୋନା ଭାଇରସକୁ ଆପଣଙ୍କ ଠାରୁ ଦୂରରେ ରଖିବ। ତେଣୁ କିଛି ହିଁ କାରଣ ନାହିଁ ଯାହାକି ଏହି ଖାଲି ପୃଷ୍ଠାରେ ଲେଖିପାରିବେ କେଉଁ କାରଣରୁ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ।
ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେ ବା ପରେ ବହୁ ଲୋକେ ଏହାକୁ ଲାଇକ, ଟ୍ୱିଟ କରିବା ସହ କୋଟି କୋଟି ଲୋକେ ଏହାକୁ ପସନ୍ଦ କରୁଛନ୍ତି।

 

Comments are closed.