ଭାରତୀୟ ବଜାରରେ ପ୍ରବେଶ କଲା ପୁମାର ସ୍ମାର୍ଟ ଘଣ୍ଟା

ନୂଆଦିଲ୍ଲୀ : ପୁମା କମ୍ପାନୀର ପ୍ରଥମ ସ୍ମାର୍ଟ ଘଣ୍ଟା ଶନିବାର ଭାରତୀୟ ବଜାରରେ ପ୍ରବେଶ କରିଛି। ଏହା ପୂର୍ବରୁ କମ୍ପାନୀର ଏହି ସ୍ମାର୍ଟ ଘଣ୍ଟା ଆନ୍ତର୍ଜାତୀୟ ବଜାରରେ ପ୍ରବେଶକରି ସାରିଥିଲା। ଏହି ସ୍ମାର୍ଟ ଘଣ୍ଟାରେ ହୃହ ସ୍ପନ୍ଦନକୁ ମାପିବା ସହ ଗୁଗୁଲ ଆସିଷ୍ଟାନ୍ସର ଫିଚରସ ଦିଆଯାଇଛି। ପୁମାର ଏହି ସ୍ମାର୍ଟ ଘଣ୍ଟା ବଜାର ପ୍ରବେଶ କରିବାପରେ ସାଓମି ଓ ସ୍ୟାମସଙ୍ଗର ସ୍ମାର୍ଟ ଘଣ୍ଟାକୁ ବେସ ଟକ୍କର ଦେବ ବୋଲି ଅନୁମାନ କରାଯାଉଛି ।

-ଏହି ସ୍ମାର୍ଟ ଘଣ୍ଟାର ମୂଲ୍ୟ ୧୯,୯୯୫ ଟଙ୍କା ରଖାଯାଇଛି। ଏହାକୁ ଅଲନାଇ ଫ୍ଲିପ କାର୍ଟ, କମ୍ପାନୀ ସାଇଟରେ କିମ୍ବା ଅଫଲାଇନରେ କିଣିପାରିବେ। ଏହା ସହ ଏହି ସ୍ମାର୍ଟ ଘଣ୍ଟା ଉପରେ ୨ ବର୍ଷର ଓ୍ବାରେଣ୍ଟି ମଧ୍ୟ ଦିଆଯାଇଛି।

-ଏହା ସ୍ମାର୍ଟ ଘଣ୍ଟାଟି ୧.୧୯ ଇଞ୍ଚ ରହିଥିବାବେଳେ ଏଥିରେ ଆଲମୋଣ୍ଡ ଡିସପ୍ଲେ ଦିଆଯାଇଛି। ଏହି ଡିସପ୍ଲେ ରିଜଲ୍ୟୁସନ ୩୯୦ x ୩୯୦ ପିକ୍ସେଲ ରହିଛି। ଏହାସହ ୫୧୨ ଏମବି ରାମ , ୪ ଜିବିର ଷ୍ଟୋରେଜ ଓ କ୍ବାଲକାମ ସ୍ନାପଡ୍ରାଗନ ଦିଆଯାଇଛି।

-ଏହି ପୂମା କମ୍ପାନୀର ସ୍ମାର୍ଟ ଘଣ୍ଟାରେ ଗୁଗୁଲ ଜରିଆରେ ରନିଙ୍ଗ, ସ୍ପିନିଙ୍ଗ , ସୁଇମିଙ୍ଗ ଓ ହାର୍ଟ ରେଟକୁ ଟ୍ରାକ କରିପାରିବ। ଏହି ସ୍ମର୍ଟ ଘଣ୍ଟାଟିକୁ ଗୋଟିଏ ଥର ଚାର୍ଜ କରାଗାଲେ ୨ଦିନ ପର୍ଯ୍ୟନ୍ତ ଚାଲିବ।

Comments are closed.