ପୁଲଓ୍ୱାମାରେ ମତଦାନ ସମୟରେ ବୁଥ ଉପରକୁ ଗ୍ରୀନେଡ ଫିଙ୍ଗିଲେ ଆତଙ୍କବାଦୀ

ପୁଲଓ୍ୱାମା . – ଆତଙ୍କବାଦୀ ଆକ୍ରମଣର ୨ ମାସ ପରେ ପୁଲଓ୍ୱାମାରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ମତଦାତାମାନେ ଆତଙ୍କବାଦୀଙ୍କୁ ଖାତିର ନକରି ମତଦାନ କରୁଥିବା ସୂଚନା ମିଳିଛି । ମାତ୍ର ଆତଙ୍କବାଦୀମାନେ ମତଦାତାଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିଛନ୍ତି । ପୁଲୁଓ୍ୱାମାର ରୋହେମୁ ବୁଥ୍‌ ଉପରକୁ ଆତଙ୍କବାଦୀମାନେ  ଗ୍ରୀନେଡ୍‌ ଆକ୍ରମଣ କରିଛନ୍ତି ।

ଜାମ୍ମୁ-କାଶ୍ମୀରର ଲଦାଖ ଓ ଅନନ୍ତନାଗ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି ।  ବହୁ ସଂଖ୍ୟାରେ ମତଦାତା  ମତଦାନ କରିଛନ୍ତି ।

Comments are closed.