ପୁଲୱାମା ଆତଙ୍କବାଦୀ ଆକ୍ରମଣ ; ପାକିସ୍ତାନଠାରୁ ସମସ୍ତ କ୍ରୀଡ଼ା ସଂପର୍କ ଛିନ୍ନ କରିବ ଭାରତ !

0

 

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକଘରିକିଆ କରିବା ପାଇଁ ଭାରତର ଉଦ୍ୟମ ଜାରି ରଖିଛି । ଅନ୍ୟ ପକ୍ଷରେ ପାକିସ୍ତାନଠାରୁ ସମସ୍ତ କ୍ରୀଡା ସଂପର୍କ ଛିନ୍ନ କରିବା ପାଇଁ ଭାରତ ଚାପର ସମ୍ମୁଖିନ ହୋଇଛି।  ଦେଶର ସମସ୍ତ କ୍ରୀଡାବୀତ୍ ପାକିସ୍ତାନ ସହିତ ଯେ କୌଣସି ପ୍ରକାରର କ୍ରୀଡା ସଂପର୍କ ଛିନ୍ନ କରିବାକୁ ମତ ଦେଉଛନ୍ତି । ସେହିପରି କ୍ରୀଡା ପ୍ରେମୀ ଓ ବିଭିନ୍ନ କ୍ରୀଡା ସଂଗଠନ ମଧ୍ୟ ପାକିସ୍ତାନଠାରୁ ସମସ୍ତ କ୍ରୀଡା ସଂପର୍କ ତୁଟାଇବା ପାଇଁ ଦାବି କରୁଛନ୍ତି । ସର୍ବ ପ୍ରଥମେ କ୍ରିକେଟ ସଂମ୍ପର୍କ ଛିନ୍ନ କରିବାକୁ ସବୁ ମହଲରେ ଦାବି ହେଉଛି।ଭାରତୀୟ ଦଳର ପୂର୍ବତନ ବୋଲର ହରଭଜନ ସିଂହ, ଭାରତକୁ ପାକିସ୍ତାନ ସହ ମ୍ୟାଚ ନଖେଳିବା ସଂପର୍କରେ ମତ ଦେଇଥିଲେ । ପାକିସ୍ତାନ ମଧ୍ୟ ନିଜର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ମନା କରିଦେଇଛି । ଅନ୍ୟପକ୍ଷରେ ମ୍ୟାଚ ନ ଖେଳିବାକୁ ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି ତେବେ ଆମେ ବିଶ୍ବ କପରେ ଖେଳିବୁ ନାହିଁ  ବୋଲି ବିସିସିଆଇ କହିଛି।

ସୂଚନାଯୋଗ୍ୟ  ବିଶ୍ୱ କପ କ୍ରିକେଟରେ ଭାରତ, ପାକିସ୍ତାନ ସହ ମ୍ୟାଚ ନ ଖେଳିବାକୁ ସମସ୍ତେ ମତ ଦେଇଛନ୍ତି  । ମ୍ୟାଞ୍ଚେଷ୍ଟରରେ  ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରିବା  ନେଇ ଆଇସିସିର ଦୁବାଇ ବୈଠକରେ ଚର୍ଚ୍ଚା ହୋଇପାରେ । ଚଳିତ ମାସର ୨୭ ତାରିଖରେ ଆଇସିସିର ଦୁବାଇ ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରେ ।

Leave A Reply