ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଲା; ଶ୍ରଦ୍ଧାଞ୍ଜଳି ଦେଇ ଶହୀଦଙ୍କୁ ମନେ ପକାଇଲେ ସାଥୀ ଯବାନ

ନୂଆଦିଲ୍ଲୀ: ଠିକ୍‌ ବର୍ଷକ ତଳେ ଆଜିର ଦିନରେ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରସିଏଫ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାକୁ ୧ ବର୍ଷ ପୂରିଥିବାବେଳେ ସାରା ଦେଶ ଶୁକ୍ରବାର ଶହୀଦ ଯବାନମାନଙ୍କୁ ସଲାମ କରୁଛି। ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆକ୍ରମଣରେ ବର୍ତ୍ତିଯାଇଥିବା ଯବାନମାନେ ପହଞ୍ଚି ଶହୀଦମାନଙ୍କୁ ସ୍ମୃତିଚାରଣ କରିଛନ୍ତି। ଶହୀଦମାନଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଏଠାରେ ଏକ ସ୍ମାରକ ନିର୍ମାଣ କରାଯାଉଛି। ମହାରାଷ୍ଟ୍ରର ଉମେଶ ଯାଦବ ଏଠାକୁ ଏକ କଳସ ପ୍ରଦାନ କରିଛନ୍ତି, ଯେଉଁଥିରେ ସମସ୍ତ ୪୦ ଯବାନଙ୍କ ଘରର ମାଟି ରହିଛି। କଳସଟିକୁ ସ୍ମାରକରେ ରଖାଯିବ।

Comments are closed.