ପୁଲୱାମାରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର : ଅନ୍ୟପଟେ ପୁଲୱାମାରେ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି। ପୁଲୱାମାର ଅବନ୍ତୀପୁର ଅଞ୍ଚଳରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ପୁଲିସ, ସିଆରପିଏଫ୍ ଓ ସେନା ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଚଢଉ ବେଳେ ୪୧୬ଟି ଜିଲୋଟିନ ଷ୍ଟିକ୍, ୫୦ଟି ଡିଟୋନେଟର ଓ ୫୨ କିଲୋ ବିସ୍ଫୋରକ ଜବତ କରାଯାଇଥିଲା। ସେନାର ସୂଚନା ଅନୁଯାୟୀ ଗଡିକାଲ ଅଞ୍ଚଳରେ ଥିବା ଜଙ୍ଗଲ ମଧ୍ୟରୁ ଏହି ବିସ୍ଫୋରକ ଜବତ କରାଯାଇଛି। ବିସ୍ଫୋରକଗୁଡିକୁ ଏକ ପାଣିଡ୍ରମ ମଧ୍ୟରେ ଲୁଚାଇ ରଖାଯାଇଥିଲା।

Comments are closed.