ପୁଲଓ୍ୱାମାରେ ଏକ ଥାନାରେ ଗ୍ରୀନେଡ୍‌ ବିସ୍ଫୋରଣ ଅନେକ ଆହତ

ପୁଲଓ୍ୱାମା . – ଜାମ୍ମୁ -କାଶ୍ମୀରର ପୁଲଓ୍ୱମାର ଏକ ଥାନା ଉପରେ ଆତଙ୍କବାଦୀମାନେ ଗ୍ରୀନେଡ୍‌ ଫିଙ୍ଗି ଆକ୍ରମଣ କରିଛନ୍ତି । ଏହି ଗ୍ରୀନେଡ୍‌ଟି ଥାନା ବାହାରେ ବିସ୍ଫୋରଣ ହେବାରୁ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ରହିଛନ୍ତି । ପୂର୍ବରୁ ପୁଲୁଓ୍ୱାମାରେ ଆଇଡି ବିସ୍ଫୋରଣରେ ଆହତ ହୋଇଥିବା ଦୁଇଜଣ ଯବାନ ସହିଦ ହୋଇଯାଇଛନ୍ତି ।
ସୋମବାରରେ ଆଇଡି ବିସ୍ଫୋରଣରେ ସେନାର ୯ ଜଣ ଜବାନ ଓ ୨ ଜଣ ସାଧାରଣ ଲୋକ ଆହତ ହୋଇଥିଲା । ସେନାର ଏକ ଗାଡିକୁ ଆତଙ୍କବାଦୀମାନେ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରିଥିଲେ । ଚଳିତ ବର୍ଷ ପୁଲଓ୍ୱାମାରେ ଆତ୍ମଘାତୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଜଣ ଜବାନ ସହିଦ ହୋଇଥିଲେ ।

Comments are closed.