ଗାଙ୍ଗୁଲିଙ୍କୁ ଟପିଲେ ପୂଜାରା

0

ମେଲବୋର୍ଣ୍ଣ : ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ ଚେତେଶ୍ବର ପୂଜାରା ଶତକ ହାସଲ କରିଥିବାବେଳେ ଭାରତ ମଜଭୁତ ସ୍ଥିତିରେ ଉପନୀତ ହୋଇଛି। ଏହା ପୂଜାରାଙ୍କ ୧୭ତମ ଟେଷ୍ଟ ଶତକ। ଏହି ଅବସରରେ ପୂଜାରା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଗାଙ୍ଗୁଲି ଟେଷ୍ଟ ଫର୍ମାଟ​‌େର ୧୬ଟି ଶତକ ହାସଲ କରିଛନ୍ତି । ଟେଷ୍ଟ ଶତକ ପ୍ରସଙ୍ଗରେ ଗାଙ୍ଗୁଲିଙ୍କୁ ଟପିଥିବାବେଳେ ପୂଜାରା ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ (୧୭) ସମକକ୍ଷ ହୋଇପାରିଛନ୍ତି। ପୁନଶ୍ଚ ମେଲବୋର୍ଣ୍ଣରେ ଟେଷ୍ଟ ଶତକ ହାସଲ କରିବାରେ ପୂଜାରା ହେଉଛନ୍ତି ଭାରତର ପଞ୍ଚମ କ୍ରିକେଟର। ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଏହି ଗ୍ରାଉଣ୍ଡରେ ଶତକ ହାସଲ କରିସାରିଛନ୍ତି।

Leave A Reply