ଏପରି କରନ୍ତୁ ପ୍ରଭୁ ନୃସିଂହଙ୍କ ପୂଜା; ଋଣରୁ ମୁକ୍ତି ମିଳିବା ସହ ହେବ ଧନ ପ୍ରାପ୍ତି

ଭଗବାନ ନୃସିଂହ ଶ୍ରୀହରି ବିଷ୍ଣୁଙ୍କ ପଞ୍ଚମ ଅବତାର। ନିଜ ଭକ୍ତ ପ୍ରହ୍ଲାଦର ରକ୍ଷା ପାଇଁ ପ୍ରଭୁ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ପ୍ରଭୁ ନୃସିଂହଙ୍କୁ ବିଷ୍ଣୁଙ୍କ ଉଗ୍ର ଓ ଶକ୍ତିଶାଳୀ ରୂପ ମଧ୍ୟ କୁହାଯାଏ। ତାଙ୍କ ଉପାସନା କରିବା ଦ୍ୱାରା ସମସ୍ତ ପ୍ରକାରର ସଙ୍କଟ ଓ ଦୁର୍ଘଟଣାରୁ ରକ୍ଷା ମିଳିଥାଏ। କିଛି ବିଶେଷ ଉପାୟରେ ତାଙ୍କ ପୂଜା କରିବା ଦ୍ୱାରା ଋଣ ଭାରରୁ ମୁକ୍ତି ମିଳିବା ସହ ଧନ ମଧ୍ୟ ପ୍ରାପ୍ତି ହୋଇଥାଏ।
ଋଣରୁ ମୁକ୍ତି ଓ ଧନ ପ୍ରାପ୍ତି ପାଇଁ ଏପରି କରନ୍ତୁ ନୃସିଂହଙ୍କ ଉପାସନା :
– ଭଗବାନ ନୃସିଂହଙ୍କ ନିକଟରେ ତିନିଟି ଦୀପ ଜଳାନ୍ତୁ।
– ଆପଣଙ୍କ ବୟସ ଯେତିକି ସେତିକିଟି ଲାଲ ରଙ୍ଗର ଫୁଲ ତାଙ୍କୁ ଅର୍ପଣ କରନ୍ତୁ।
– ଲକ୍ଷ୍ମୀ ନୃସିଂହ ସ୍ତୋତ୍ର ପାଠ କରନ୍ତୁ।
ଏପରି କରିବା ଦ୍ୱାରା ଋଣରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ।

Comments are closed.