ଏହି ଦିଗ ପ୍ରତି ଧ୍ୟାନ ଦେଲେ ସଫଳ ହୁଏ ପୂଜାର୍ଚ୍ଚନା

0

ପୂଜାପାଠର ବିଶେଷ ମହତ୍ତ୍ୱ ରହିଛି। ପୂଜାର୍ଚ୍ଚନା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ମାତ୍ର ପୂଜା କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ଏହା ବିଷୟରେ ….
ଘରର ପୂଜା ଘର ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ।
ପୂଜା ସ୍ଥାନ ସର୍ବଦା ସଫାସୁତୁରା ରହିବା ଉଚିତ।
ପୂଜା ଘର ନିକଟରେ ଶୌଚାଳୟ ରହିବା ଉଚିତ ନୁହେଁ।
ପୂଜା ଘର ନିକଟରେ ଭୁଲରେ ମଧ୍ୟ ଜୋତାଚପଲ ରଖନ୍ତୁ ନାହିଁ।
ପୂଜା ଘରର ରଙ୍ଗ ହାଲକା ହଳଦିଆ , ନାରଙ୍ଗୀ ହେବା ଉଚିତ। ପୂଜା ଘରକୁ ଅନ୍ଧାର ରଖିବା ଉଚିତ ନୁହେଁ।
ପୂଜାସ୍ଥାନରେ ଲାଲ କିମ୍ବା ହଳଦିଆ ରଙ୍ଗର କପଡ଼ା ବିଛାନ୍ତୁ।
ପୂଜାସ୍ତାନରେ ପ୍ରଭୁ ଗଣେଶ ଓ ମା’ଲକ୍ଷ୍ମୀଙ୍କ ପ୍ରତିମା ନିଶ୍ଚୟ ରଖନ୍ତୁ।
ପୂଜାସ୍ଥାନରେ ଏକ ତମ୍ବା ଲୋଟାରେ ଗଙ୍ଗାଜଳ ଭର୍ତ୍ତି କରି ରଖନ୍ତୁ।
ଘରେ ଭଜନ କୀର୍ତ୍ତନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ମୁହଁ କରି କରିବା ଉଚିତ। ନଚେତ ଏହାର ସଠିକ ଫଳ ମିଳିପାରି ନଥାଏ।
ଯେକୌଣସି ପୂଜାରେ ପ୍ରଥମେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ଏକାଗ୍ର ମନରେ ପୂଜା କରନ୍ତୁ।
ପୂଜା ସମୟରେ ସର୍ବଦା ଶୁଦ୍ଧ ଓ ପରିଷ୍କାର ବସ୍ତ୍ର ପରିଧାନ କରନ୍ତୁ।
ଜପ କରିବା ସମୟରେ ରୁଦ୍ରାକ୍ଷ ମାଳାର ବ୍ୟବହାର କରନ୍ତୁ।

Leave A Reply