ରାଶି ଅନୁଯାୟୀ କରନ୍ତୁ ଏପରି ପୂଜାର୍ଚ୍ଚନା : ମିଳିବ ଶୁଭଫଳ

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ମନ ସର୍ବଦା ଚଞ୍ଚଳ ରୁହେ। ଏଥିପାଇଁ ଏହି ରାଶିର ଲୋକମାନେ ହନୁମାନଙ୍କୁ ପୂଜା କରିବା ଉଚିତ। ପୂଜା ସମୟରେ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।
ବୃଷ: ଏହି ରାଶିର ବ୍ୟକ୍ତିମାନେ ଜିଦିଆ ପ୍ରକୃତିର ହୋଇଥାନ୍ତି। ଏଥିପାଇଁ ଏହି ରାଶିର ଲୋକମାନେ ଶିବଙ୍କୁ ପୂଜା କରିବା ଉଚିତ। ତେଣୁ ପୂଜା କଲା ବେଳେ ଧଳା ରଙ୍ଗର ଚନ୍ଦନ ବ୍ୟବହାର କରନ୍ତୁ।
ମିଥୁନ: ଏହି ରାଶିର ଲୋକମାନେ ଅନେକ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେଥିପାଇଁ କୃଷ୍ଣଙ୍କୁ ପୂଜା କରିବା ଉଚିତ। ପୂଜା କରିବା ସମୟରେ ଝୁଣାର ଧୂପ ବ୍ୟବହାର କରନ୍ତୁ।
କର୍କଟ: ଏହି ରାଶିର ଲୋକମାନେ ବହୁତ ଭାବନାରେ ବୁଡି ରୁହନ୍ତି। ସେଥିପାଇଁ ଶିବଙ୍କୁ ପୂଜା କରିବା ଉଚିତ। ପୂଜା କରିବା ସମୟରେ ଶଙ୍ଖର ବ୍ୟବହାର କରନ୍ତୁ ଓ ଶଙ୍ଖ ମଧ୍ୟ ବଜାଇ ପାରିବେ।
ସିଂହ: ଏହି ରାଶିର ଲୋକମାନଙ୍କ ଜୀବନ ସର୍ବଦା ସଂଘର୍ଷ ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ସୂର୍ୟ୍ୟଙ୍କ ଉପାସନା କରନ୍ତୁ। ପୂଜା କଲା ବେଳେ ସିନ୍ଦୂରରେ ପୂଜା କରନ୍ତୁ।
କନ୍ୟା: ଏହି ରାଶିର ଲୋକମାନେ ଅଧିକ ରୋଜଗାର କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଦେବୀ ମା’ଙ୍କର ପୂଜା କରିବା ଉଚିତ। ପୂଜା ସମୟରେ ଶୁଦ୍ଧ ଘିଅରେ ଦୀପ ଜାଳନ୍ତୁ।
ତୁଳା: ଏହି ରାଶିର ଲୋକମାନେ ସବୁ କାମରେ ଅବହେଳା କରିଥାନ୍ତି। ତେଣୁ ଆପଣଙ୍କୁ କୃଷ୍ଣଙ୍କୁ ଉପାସନା କରିବା ଉଚିତ। ପୂଜା ସମୟରେ ଧଳା ରଙ୍ଗର ଫୁଲ ବ୍ୟବହାର କରନ୍ତୁ।
ବିଛା: ଏହି ରାଶିର ଲୋକମାନେ ଖୁବ୍‍ ପରିଶ୍ରମୀ କିନ୍ତୁ ଜୀବନରେ ସଫଳତା ପାଇବାରେ ବହୁତ ବିଳମ୍ବ ହୋଇଥାଏ। ତେଣୁ ହନୁମାନଙ୍କର ପୂଜା କରନ୍ତୁ। ପୂଜା ସମୟରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ।
ଧନୁ: ଏହି ରାଶିର ଲୋକମାନେ ସର୍ବଦା କଟୁ କଥା କହିଥାନ୍ତି। ଏଥିପାଇଁ ଆପଣ ସୂର୍ୟ୍ୟ ଦେବତାଙ୍କ ପୁଜା କରନ୍ତୁ। ପୂଜା କରିବା ସମୟରେ ଧଳା ରଙ୍ଗର ମିଠା ଭୋଗ କରନ୍ତୁ।
ମକର: ଏହି ରାଶିର ବ୍ୟକ୍ତିମାନେ ନିଜ ଶରୀରର ଯତ୍ନ ଠିକ ରୂପେ ନେଇ ନ ଥାନ୍ତି। ଏହି ରାଶିର ଲୋକମାନେ ଶିବଙ୍କର ପୂଜା କରିବା ଉଚିତ। ପୂଜା ସମୟରେ ହଳଦିଆ ରଙ୍ଗର ଆସନରେ ବସି ପୂଜା କରନ୍ତୁ।
କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ନିଜ ଠାରୁ ଅଧିକ ଅନ୍ୟମାନଙ୍କ ବିଷୟରେ ଭାବିଥାନ୍ତି। ତେଣୁ ଏହି ରାଶିର ବ୍ୟକ୍ତି ମାନେ କୃଷ୍ଣଙ୍କର ପୂଜା କରିବା ଉଚିତ। ପୂଜା ସମୟରେ ଚନ୍ଦନର ଧୂପରେ ପୂଜା କରନ୍ତୁ।
ମୀନ: ଏହି ରାଶିର ଲୋକମାନେ ନିଜର ଦାୟିତ୍ୱରେ ଅବହେଳା କରିଥାନ୍ତି। ସେଥିପାଇଁ ଏହି ରାଶିର ଲୋକମାନେ ଗଣେଶଙ୍କୁ ପୂଜା କରିବା ଉଚିତ। ପୂଜା ସମୟରେ ଲଡ଼ୁ ଭୋଗ କରନ୍ତୁ।

Comments are closed.