ନବରାତ୍ରର ଷଷ୍ଠ ଦିନ : ଦେବୀ କାତ୍ୟାୟନୀଙ୍କ ପୂଜାରେ ସୁଖମୟ ହୋଇଥାଏ ବୈବାହିକ ଜୀବନ

ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ଆଜି ୨୨ ଅକ୍ଟୋବର ଆଶ୍ୱିନ ମାସ ଶୁକ୍ଳପକ୍ଷର ଷଷ୍ଠୀ ତିଥି। ଏହି ତିଥିରେ ମା’କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଦୁର୍ଗାଙ୍କର ନଅ ସ୍ୱରୂପ ମଧ୍ୟରୁ ମା’ଙ୍କର ଏହି ସ୍ୱରୂପକୁ ପୂଜାର୍ଚ୍ଚନା କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ ମା’ଙ୍କ ଏହି ସ୍ୱରୂପ କିପରି, ପୌରାଣିକ କଥା, ପୂଜା ବିଧି ବିଷୟରେ…..
ମା’କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ। ମା’ଙ୍କ ରୂପ ସ୍ୱର୍ଣ୍ଣ ଭଳି ଚମକୁଥାଏ। ମା’ଙ୍କର ୪ଟି ଭୂଜା। ମା’ଙ୍କ ବାହନ ସିଂହ।
ଶାସ୍ତ୍ର ଅନୁଯାୟୀ, କାତ୍ୟାୟନ ନାମକ ଜଣେ ଋଷିଙ୍କ ତପରେ ପ୍ରସନ୍ନ ହୋଇ ମା’ ଆଦିଶକ୍ତି ଋଷିଙ୍କର ପୁତ୍ରି ରୂପରେ ଜନ୍ମ ନେଇଥିଲେ। ଋଷି କାତ୍ୟାୟନଙ୍କର ପୁତ୍ରି ହୋଇ ଜନ୍ମ ଗ୍ରହଣ କରିଥିବାରୁ ଦେବୀଙ୍କର ନାମ  ମା’କାତ୍ୟାୟନୀ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ, ଯେଉଁ ଭକ୍ତ ମା’ଦୁର୍ଗାଙ୍କର ଏହି ସ୍ୱରୂପର ପୂଜାର୍ଚ୍ଚନା ଓ ଆରାଧନା କରେ, ମା’ଙ୍କ କୃପା ସର୍ବଦା ରହିଥାଏ।
ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା କୁଆଁରୀ କନ୍ୟାମାନଙ୍କ ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।
ମହିଷାସୁର ନାମକ ରାକ୍ଷସର ଅତ୍ୟାଚାରରେ ଅତିଷ୍ଠ ହୋଇ ସମସ୍ତ ଦେବତାମାନେ ମା’ ଦୁଗାଙ୍କ ନିକଟରେ ଗୁହାରି ଜଣାଇଲେ।
ମା’ଯେଉଁ ସମୟରେ ଯୁଦ୍ଧ କରି ଥକ୍କା ଅନୁଭବ କଲେ ସେହି ସମୟରେ ମହୁର ପାନ କରିଥିଲେ ବୋଲି କୁହାଯାଏ। ମହୁ ପାନ କରିବା ଦ୍ୱାରା ମା’ଙ୍କ ଥକ୍କାପଣ ଦୂର ହୋଇ ଯାଇଥିଲା। ତେଣୁ ମା’ଙ୍କ ନିକଟରେ ମହୁ କିମ୍ବା ମହୁରେ ମିଶ୍ରିତ ଭିନ୍ନ ଭିନ୍ନ ଭୋଗ ପ୍ରସ୍ତୁତ କରି ଭୋଗ କରିବା ଦ୍ୱାରା ମା’ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ମା’ଙ୍କୁ ସନ୍ଧ୍ୟା ସମୟରେ ଧୂପ, ଦୀପ, ଆଦି ଅର୍ପଣ କରି ଶ୍ରଦ୍ଧା ପୂର୍ବକ ପୂଜା କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଏହାସହ ସନ୍ଧ୍ୟାରେ ୫ ପ୍ରକାରର ମିଠାକୁ ମା’ଙ୍କ ନିକଟରେ ଅର୍ପଣ କରିବା ସହ କୁଆଁରୀ କନ୍ୟାଙ୍କୁ ବାଣ୍ଟିବା ଦ୍ୱାରା ବିବାହରେ ଥିବା ବହୁ ସମସ୍ୟା ଦୂର ହୋଇଥାଏ ଏହାସହ ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ମା’ଙ୍କ ଆଶୀର୍ବାଦରୁ ବିବାହ ହେବା ସହ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ।

 

Comments are closed.