ରାଜ୍ୟ ସରକାରଙ୍କ ପୂଜା ମାର୍ଗଦର୍ଶିକାକୁ ନେଇ ହାଇକୋର୍ଟରେ ଦାୟର ହେଲା ମାମଲା

ଭୁବନେଶ୍ବର: ପୂଜା ଗାଇଡଲାଇନକୁ ନେଇ ମାମଲା। ରାଜ୍ୟ ସରକାରଙ୍କ ପୂଜା ଗଇଡଲାଇନକୁ ଚ୍ୟାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଗୁରୁବାର ହାଇକୋର୍ଟରେ ମାମଲା କରାଯାଇଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଛି।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶାରଦୀୟ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ନେଇ ଗୁରୁବାର ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଯେଉଁଥିରେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବନି। ପୂଜା ମଣ୍ଡପର ୩ ପାର୍ଶ୍ବକୁ ଓ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ ନିର୍ଦ୍ଦେଶ ରହିଥିଲା।

Comments
Loading...