ବର୍ଷା ପାଇଁ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ପାଟଣା- ଧାରା ଶ୍ରାବଣରେ ଶୁଖିଲା ପଡିଛି ଚାଷ ଜମି । ଭଲ ବର୍ଷା ପାଇଁ ଗ୍ରାମବାସୀଙ୍କର ପୂଜାର୍ଚ୍ଚନା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ୨ଟି ଗ୍ରାମ ର ଶତାଧିକ ମହିଳା ମାନେ ଟାଙ୍ଗରପଡାସ୍ଥିତ ବଡ଼ ହୁଡ଼ିରେ ପୂଜାର୍ଚ୍ଚନା କରିଛନ୍ତି । ପୂଜାରୀ ପ୍ରଫୁଲ ଦେହୁରୀ ବର୍ଷା ପାଇଁ ପୂଜା କରିଥିଲେ ।

ବର୍ଷା ହେବା ପାଇଁ ଦୁଇ ଗ୍ରାମର ଶତାଧିକ ମହିଳା ଉପବାସ ରହି କାନଝରୀ ନଦୀରୁ ପାଣି ଉଠାଇ ମାଆ ଖିଲାରୀପାଟ ଠାକୁରାଣୀ ଙ୍କୁ ସ୍ନାନ କରାଇ ହୁଳ ହୁଳି ଦେଇ ପ୍ରସାଦ,ଫୁଲ,ନଡ଼ିଆ,ରନ୍ଧା କ୍ଷୀରି ସହ ପୂଜାର୍ଚ୍ଚନା କରିଥିଲେ । ମାଆ ଖିଲାରିପାଟ ଠାକୁରାଣୀଙ୍କ ପୂଜାର୍ଚ୍ଚନା ରେ ଗ୍ରାମବାସୀ ବର୍ଷା ହେବାର ବିଶ୍ୱାସ ରହି ଆସିଥିବାରୁ ଆଜି ଦୁଇଟି ଗ୍ରାମ ର ମହିଳା ମାନେ ଏକାଠି ହୋଇ ଏହି ପୂଜାର୍ଚ୍ଚନା କରିଥିବା ପ୍ରକାଶ କରିଛନ୍ତି ।

Comments are closed.