ଏକ ନମ୍ବର ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନବୀନଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା

ରେଙ୍ଗାଲି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବାରୁ ବିଜୁ ଜନତା ଦଳ ନେତା ଏବଂ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି। ଆଜି ରେଙ୍ଗାଲି ମହାବୀର ଛକ ସ୍ଥିତ ହନୁମାନ ମନ୍ଦିରରେ ବିଜୁ ଜନତା ଦଳ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା।

ଏହି କାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ବ୍ଳକ୍ ସଭାପତି ଅଶୋକ ଗୁରୁ, ମୋତିଲାଲ ତୃପ୍ତି, ମହେନ୍ଦ୍ର ଓରାମ, ବ୍ଳକ୍ ଯୁବ ବିଜେଡି ସଭାପତି ଦୟାନିଧି ଭଇଁସାଲ, ଦିଲ୍ଲୀପ ଦୁରିଆ, ଛାତ୍ର ବିଜେଡି ସଭାପତି ସନ୍ଦିପ ଶର୍ମା, ପୂର୍ବତନ ବ୍ଳକ୍ ସଭାପତି ନାରାୟଣ ଶର୍ମା, ପ୍ରଦୀପ ସାହୁ, ଆକାଶ ପଣ୍ଡା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

Comments are closed.