ପୂଜା ସହ ଜଡ଼ିତ ଏହି ମହତ୍ତ୍ୱ

ପୂଜା-ପାଠ ସମୟରେ ଆମେ ଅନେକ ଶବ୍ଦ ଶୁଣୁ। ଯାହାର ଅର୍ଥ ଆମକୁ ଜଣାନଥାଏ। ତେଣୁ ସେପରି କେତେକ ଶବ୍ଦର ଅର୍ଥ ବିଷୟରେ ଜାଣନ୍ତୁ …..
ପଞ୍ଚୋପଚାର – ଫୁଲ, ଧୂପ ଓ ଦୀପ , ଆସନ, ଅର୍ଘ୍ୟ ଆଦିର ଏକତ୍ର ବ୍ୟବହାର ହୋଇ ପୂଜା କରାଯିବା ସମୟରେ ଏହି ଶବ୍ଦ ବ୍ୟବହାର ହୋଇଥାଏ।
ପଞ୍ଚାମୃତ – କ୍ଷୀର, ଦହି, ମହୁ, ଗଙ୍ଗାଜଳ, ସାମାନ୍ୟ ମିଠା ଦ୍ରବ୍ୟ ଆଦିର ପ୍ରୟୋଗରେ ଏହାକୁ ପ୍ରସ୍ତୁତ ହୋଇ ପୂଜା ସମୟରେ ବ୍ୟବହାର କରାଯାଏ।
ପଞ୍ଚଗବ୍ୟ – ଗାଈଙ୍କ କ୍ଷୀର, ମୁତ୍ର, ଗୋବର ଆଦିକୁ ପଞ୍ଚଗବ୍ୟ କୁହାଯାଏ।
ତ୍ରିଧାତୁ – ସୁନା, ଚାନ୍ଦି, ଲୁହା ଆଦିକୁ ତ୍ରିଧାତୁ କୁହାଯାଏ।
ପଞ୍ଚଧାତୁ – ସୁନା, ଚାନ୍ଦି, ଲୁହା, ତମ୍ବା, ଦସ୍ତା ଆଦିକୁ ପଞ୍ଚଧାତୁ କୁହାଯାଏ।
ନୈବେଦ୍ୟ – ଖିରୀ, ମିଷ୍ଠାନ୍ନ, ଆଦି ସମସ୍ତ ମିଠା ଭୋଜନ ସାମଗ୍ରୀ ମିଷ୍ଠାନ୍ନକୁ ନୈବେଦ୍ୟ କୁହାଯାଏ।
ନବରତ୍ନ – ହୀରା, ଗୋମେଦ, ବୈଦୁର୍ୟ, ମାଣିକ୍ୟ, ମୋତି, ପୁଖରାଜ, ନୀଲମ, ମୁଙ୍ଗା, ପନ୍ନାଙ୍କୁ ନବରତ୍ନ କୁହାଯାଏ।
ଅର୍ଘ୍ୟ – ଶଙ୍ଖକୁ ବ୍ୟବହାର କରି ଜଳ ଦାନ କରିବାକୁ ଅର୍ଘ୍ୟ ଦାନ କୁହାଯାଏ।

Comments are closed.