ଜାଣନ୍ତୁ , ପୂଜାରେ ସଂକଳ୍ପର ବିଶେଷତ୍ୱ ବିଷୟରେ

ଯେକୌଣସି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ସଂକଳ୍ପ କରାଯାଏ। ଏହା ପୂଜାର ଏକ ବିଶେଷ ନିୟମ ଅଟେ। ପୂଜା କରିବା ପୂର୍ବରୁ ସଂକଳ୍ପ ନ କରିବା ଦ୍ୱାରା ପୂଜାର ପୁଣ୍ୟ ଫଳ ପ୍ରାପ୍ତି ହୋଇନଥାଏ। ତେଣୁ ପୂଜାର୍ଚ୍ଚନା କରିବା ପୂର୍ବରୁ ପ୍ରଥମେ ସଂକଳ୍ପ କରିବା ଉଚିତ। ଶାସ୍ତ୍ର ଅନୁଯାୟୀ, ସଂକଳ୍ପ ନେବାର ଅର୍ଥ ହେଉଛି ନିଜର ଇଷ୍ଟଦେବତା ଓ ନିଜକୁ ସାକ୍ଷୀ ରଖି କୁହାଯାଏ । ମନୋକାମନାର ପୂରଣ ଓ ପୂଜାର ପୁଣ୍ୟଫଳ ପାଇଁ  ଏହା କରାଯାଏ। ସଂକଳ୍ପ କରିବା ସମୟରେ ହସ୍ତରେ ଜଳ ନେଇ କରାଯାଏ, କାରଣ ଏହି ସୃଷ୍ଟିରେ ପଞ୍ଚମହାଭୂତ( ଅଗ୍ନି, ପୃଥିବୀ, ଆକାଶ, ବାୟୁ ଓ ଜଳ )ରେ ଭଗବାନ ଗଣେଶ ଜଳ ତତ୍ତ୍ୱର ଅଧିପତି ଅଟନ୍ତି। ତେଣୁ ପ୍ରଭୁ ଗଣେଶଙ୍କ ସମ୍ମୁଖରେ ବସି ସଂକଳ୍ପ କରିବା ଉଚିତ। ଏପରି କରିବା ଦ୍ୱାରା ଗଣେଶଙ୍କ କୃପାରୁ ପୂଜାରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ସଂକଳ୍ପ ନେଇ ପୂଜା କରିବା ଦ୍ୱାରା ପୂଜାର ପୂର୍ଣ୍ଣତା ମିଳିବା ସହ ଜୀବନରେ ଥିବା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।

Comments are closed.