ପୂଜା ସମୟରେ କର୍ପୂର ପ୍ରଜ୍ବଳିତ କରିବାର ବିଶେଷତ୍ବ

ହିନ୍ଦୁ ଧର୍ମରେ ପୂଜାପାଠ କରିବା ପରେ ଆଳତି କରାଯାଇଥାଏ। ସମସ୍ତଙ୍କ ଘରେ ପୂଜା ପରେ କର୍ପୁର ଆଳତି କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କର୍ପୂର ଜଳାଇ ଆଳତି କ’ଣ ପାଇଁ କରାଯାଇଥାଏ। କର୍ପୂର ଅତ୍ୟନ୍ତ ପବିତ୍ର ପଦାର୍ଥ ଅଟେ। କର୍ପୂର ଜଳାଇବା ଦ୍ବାରା ଆଖପାଖର ବାତାବରଣରେ ସକରାତ୍ମକ ଶକ୍ତି ସଞ୍ଚରିତ ହୋଇଥାଏ। ଏହାଦ୍ବାରା ବ୍ୟକ୍ତିଙ୍କର ମାନସିକ ଚିନ୍ତା ଦୂର ହୋଇଥାଏ। କୁହାଯାଇଥାଏ ଯେ, କର୍ପୂରରୁ ନିର୍ଗତ ହେଉଥିବା ସକରାତ୍ମକ ଶକ୍ତି ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇଥାଏ। ଏହାଦ୍ବାରା ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହ ପ୍ରସନ୍ନ ରହିଥାଏ।ଆଳତି ସମୟରେ କର୍ପୂର ଜଳାଇବାର ପରମ୍ପରା ଅତ୍ୟନ୍ତ ପୁରାତନ ଅଟେ। ଶାସ୍ତ୍ର ଅନୁଯାୟୀ, ଦେବାଦେବୀଙ୍କ ଆଳତି ସମୟରେ କର୍ପୂର ଜଳାଇବା ଦ୍ବାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ବ୍ୟକ୍ତି ଜୀବନରେ ଅନ୍ଧକାର ଓ ଅଜ୍ଞାନତା ଦୂର ହୋଇଥାଏ। ଏପରି ବ୍ୟକ୍ତି ଜୀବନ​‌ରେ ଧାର୍ମିକ ପଥ ପ୍ରତି ଅଗ୍ରସର ହୋଇଥାଏ। ଏହାସହ ତାଙ୍କୁ ଈଶ୍ବରଙ୍କ କୃପା ମଧ୍ୟ ଲାଭ ହୋଇଥାଏ।କର୍ପୂର ଜଳାଇବା ଦ୍ବାରା ପିତୃଦୋଷ ଦୂର ହୋଇଥାଏ। ଆଳତିରେ କର୍ପୂର ଜଳାଇବା ଦ୍ବାରା ପୂର୍ବଜମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଇଛି। କର୍ପୂର ଜଳାଇ ଘରର ପ୍ରତ୍ୟେକ କୋଣରେ ବୁଲାନ୍ତୁ। ଏପରି କରିବା ଦ୍ବାରା ଘରେ ଦରିଦ୍ରତା ଦୂର ହୋଇଥାଏ। ଚାକିରି ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁଖଶାନ୍ତି ଓ ସମୃଦ୍ଧି ଆସିଥାଏ।

Comments are closed.